ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଚିହ୍ନଟ ହେଲେ ଆଉ ୨୮୭୦ ଜଣ ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ କ୍ରମାଗତ ଭାବେ କମୁଥିବାର ଜଣାପଡିଛି। ଆଜି କଟକରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୮୭୦ ଜଣ କରୋନା ପଜିଟିଭ ରାଜ୍ୟରୁ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି। ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୬୫୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୨୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଅନୁଗୁଳରୁ ୯୯, ବାଲେଶ୍ୱରରୁ ୨୪୦, ବରଗଡରୁ ୧୪, ଭଦ୍ରକରୁ ୧୨୮, ବଲାଙ୍ଗିରରୁ ୨୯, ବୌଦ୍ଧରୁ ୧୩, କଟକରୁ ୪୪୦, ଦେବଗଡରୁ ୫, ଢେଙ୍କାନାଳରୁ ୮୫, ଗଜପତିରୁ ୭, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୧୧୨, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡାରୁ ୧୫୭, କେନ୍ଦୁଝରରୁ ୬୬, ଖୋର୍ଦ୍ଧାରୁ ୩୮୪, କୋରାପୁଟରୁ ୬୦, ମାଲକାନଗିରିରୁ ୫୭, ମୟୂରଭଞ୍ଜରୁ ୧୬୪, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୧୦୫, ନୂଆପଡାରୁ ୭, ପୁରୀରୁ ୧୬୫, ରାୟଗଡାରୁ ୫୦, ସମ୍ବଲପୁରରୁ ୨୩,  ସୋନପୁରରୁ ୧୦, ସୁନ୍ଦରଗଡରୁ ୮୭ ଓ ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ରହିଛନ୍ତି।

ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ମାମଲା ୯ ଲକ୍ଷ ୨୧ ହଜାର ୮୯୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୮ ଲକ୍ଷ ୮୭ ହଜାର ୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୦ ହଜାର ୨୨୭ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।