ପାତାଳି ନଦୀରେ ବୁଡ଼ି ୨ ନାବାଳିକା ମୃତ

କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁର ବ୍ଲକ୍ ପାଡୁଆ ଥାନା ଗୋଲୁର୍ ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଦୁଇଜଣ ନାବାଳିକା ଗୁରୁବାର ଅପରାହ୍ଣରେ ପାତାଳି ନଦୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ପୋଡେଇସିଂ ଗ୍ରାମର ଦଶନ୍ତ ଖୀଲଙ୍କ ଝିଅ ଅମିତା ଖୀଲ(୧୨) ଓ ଭକ୍ତରାମ ଖୀଲଙ୍କ ଝିଅ ଡାଲିମା ଖୀଲ(୧୩) ପାତାଳି ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ବୁଡି ଯାଇଥିଲେ।

ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ନଦୀକୁ ଯାଇ ଖୋଜା ଖୋଜି କରି ଉଭୟଙ୍କୁ ଠାବ କରିଥିଲେ ମଧ୍ୟ ସେମାନଙ୍କ ମୃତ୍ୟୁ ହୋଇ ସାରିଥିଲା। ପାଡୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।