ଲୋକଙ୍କୁ ସଚେତନ କରିବା ପାଇଁ ଗୀତ ଗାଇଲେ ଡିଏଫଓ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଦିନକୁଦିନ ଗଛ କଟା ବୃଦ୍ଧି ପାଉଥିବାରୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଆଉ ଜିଲ୍ଲାରେ ଜଙ୍ଗଲ କ୍ଷୟ ରୋକିବା ସହ ନିଆଁ ନ ଲଗାଇବା ପାଇଁ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ଦେବୀଦାସ ମିରାସେ ଏକ ନିଆରା ପନ୍ଥା ଆପଣାଇଛନ୍ତି। ଶ୍ରୀ ମିରାସେ ନିଜେ ଗୀତ ସଂଯୋଜନା କରିବା ସହ ତା’କୁ ଗାଇ ଜିଲ୍ଲାବାସୀଙ୍କୁ ଅଭିନବ ଉପାୟରେ ବାର୍ତ୍ତା ଦେଇଛନ୍ତି। ତେବେ ଗତ ବର୍ଷ ମାଲକାନଗିରି ଜିଲ୍ଲାରେ ଜଙ୍ଗଲରେ ନିଆଁ ଲାଗିବାର ୧୧୬୦ଟି ମାମଲା ରୁଜୁ କରାଯାଇଥିବାବେଳେ ଚଳିତ ବର୍ଷ ଏବେସୁଦ୍ଧା ୨୮୮ଟି ମାମଲା ସାମ୍ନାକୁ ଆସିଛି। ଏହି ମାମଲା ଗୁଡ଼ିକୁ କିଭଳି ରୂପେ ଆହୁରି ହ୍ରାସ କରାଯିବ ସେନେଇ ବନ ବିଭାଗର ପ୍ରୟାସ ଜାରି ରହିଥିବାବେଳେ ବନଖଣ୍ଡ ଅଧିକାରୀଙ୍କ ଏହି ଅଭିନବ ଉପାୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।