ଜେଲ୍ ଅନ୍ତେବାସୀଙ୍କ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ସବ୍ ଜେଲ ଅନ୍ତେବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୬ ଦିନ ଧରି ଚାଲୁଥିବା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜାନକୀ ବିଶ୍ୱାଳ, ଜିଲ୍ଲାପାଳ ସରୋଜ କୁମାର ସାମଲ, ଜେଲର ଦେବେନ୍ଦ୍ର ଥାଟି, ଆରସେଟିର ନିର୍ଦ୍ଦେଶକ ରାଜକୁମାର ସାହୁ, ରଜନୀ ରାଣୀ ନାଏକ ପ୍ରମୁଖ ଉପସ୍ଥିତ ରହି ଜେଲ ଅନ୍ତେବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ। ଏହାଦ୍ୱାରା ଜେଲ ଅନ୍ତେବାସୀମାନେ ରୋଜଗାରକ୍ଷମ ହେବେ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଜେଲ୍ କର୍ତ୍ତୃପକ୍ଷଙ୍କ ସହଯୋଗରେ ବେଲପାହାଡ଼ସ୍ଥିତ ଆରସେଟି ଦ୍ୱାରା ଏହି ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଗତ ୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ୨୮ ଜଣ ଅନ୍ତେବାସୀ ଛତୁ ଚାଷ ପାଇଁ ତାଲିମ ଗ୍ରହଣ କରିଛନ୍ତି।