ପୁଲୱାମାରେ ଆତଙ୍କୀ ହାମଲା, ୨ ପ୍ରବାସୀ ଶ୍ରମିକ ଆହାତ

ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କାଶ୍ମୀର ପୁଲୱାମା ଅଞ୍ଚଳର ଖରପୋରା ରତ୍ନିପୋରା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଉକ୍ତ ଅଞ୍ଚଳରେ ୨ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ କରିଛନ୍ତି । ତେବେ ସେମାନେ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ଆହତ ଶ୍ରମିକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି ।