ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

ଗୁଣପୁର,ଏନ୍ଏନ୍ଏସ୍: ଆଜି ଗୁଣପୁର ବ୍ଲକର ଦୁଇଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଗୁଣପୁର ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ତୁମିକିମାନି ଗୁଡାରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ସହ ସମ୍ପୂର୍ଣ୍ଣ ଆସବାବପତ୍ର ଏବଂ ଧାନ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ବ୍ଲକ୍ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ପରିବାରକୁ ଭେଟି ରନ୍ଧା ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ସରପଞ୍ଚ ସମବେଦନା ଜଣାଇବା ସହ ଥଇତାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ଘଟଣାର କିଛି ସମୟ ବ୍ୟବଧାନରେ ଗୁଣପୁର ସହର ନିକଟସ୍ଥ  ଲିମାମଡା ଗ୍ରାମ ନିକଟରେ ଥିବା ଏକ ପାଳଗଦାରେ ଅଗ୍ନିକାଣ୍ଡ ଘଟିଥିଲା।