୧୦ ଦଫା ଦାବିରେ ହୀର୍ମାବାସୀଙ୍କ ଏସଏମସି କମ୍ପାନୀ ସମ୍ମୁଖରେ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଭିନ୍ନ ସମସ୍ୟାର ସମାଧାନ କରିବାସହ ସେମାନଙ୍କ ୧୦ ଦଫା ଦାବିପୂରଣ ନେଇ ଆଜି ଏସଏମସି କାରଖାନା ସମ୍ମୁଖରେ ହୀର୍ମା ପଞ୍ଚାୟତବାସୀ ଧାରଣା ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଏସଏମସି କର୍ତ୍ତୃପକ୍ଷଙ୍କ ଅବହେଳିତ ମନୋଭାବ ଯୋଗୁଁ ହୀର୍ମା ପଞ୍ଚାୟତବାସୀଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପଞ୍ଚାୟତବାସୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ କମ୍ପାନୀ ପକ୍ଷରୁ ବଡମାଲଠାରେ ଏକ ଗୋଲେଇ ଛକ ତିଆରିସହ ସେଠାରେ ସିକ୍ୟୁରିଟି ଗାର୍ଡ ନିୟୋଜିତ, ହୀର୍ମା ଗ୍ରାମପଞ୍ଚାୟତରେ ଆଇଟିଆଇ, ଡିପ୍ଲୋମା, ବିଟେକ, ଯୁକ୍ତ ଦୁଇ ଏବଂ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ, ଜଳ ଯୋଗାଣ, ଏସଏମସିରୁ ବଡମାଲ ଏନଏଚ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା, ହେଲଥ କ୍ୟାମ୍ପର ବ୍ୟବସ୍ଥା, ଭାରିଯାନ ୨୦ କିମି ପ୍ରତି ଘଂଟା ବେଗରେ ଚଳାଚଳ ଏବଂ ରାସ୍ତା ଉପରେ ନିୟମିତ ପାଣି ଛିଂଚିବାର ବ୍ୟବସ୍ଥା, ଠିକାଦାରମାନଙ୍କୁ କମ୍ପାନୀରେ ଅଗ୍ରାଧିକାର ପ୍ରଦାନ, ଛାତ୍ରଛାତ୍ରୀମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ମାଗଣାରେ ଶିକ୍ଷା ବ୍ୟବସ୍ଥା, ଶ୍ରମିକମାନଙ୍କ ଡ୍ୟୁଟି ୧୨ ଘଣ୍ଟାରୁ କମାଇ ୮ ଘଣ୍ଟା କରିବା ସହ ମାସକରେ ୪ଟି ଛୁଟି ପ୍ରଦାନ କରାଯାଉ ବୋଲି ହୀର୍ମାବାସୀ ଦାବି କରିଛନ୍ତି।