କରୋନା ଟିକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

କୋରାପୁଟ,ଏନ୍ଏନ୍ଏସ୍: କୋଭିଡ-୧୯ ଟିକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ସିଡିଏମଓ ଡାକ୍ତର ମକରନ୍ଦ ବେଉରା, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଡିପିଏଚଓ ଡାକ୍ତର ଅରୁଣ କୁମାର ପାଢ଼ୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ , ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଟିକାକାରଣ ନିମନ୍ତେ ରାଜ୍ୟସ୍ତରରେ ତାଲିମ ଦିଆଯାଇଥିବାବେଳେ ଜିଲ୍ଲାସ୍ତରରେ ମଧ୍ୟ ତାଲିମ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୫ ଜଣିଆ ଟିମ୍ ରହିବେ ଯେଉଁଥିରେ ବିଭିନ୍ନ ବିଭାଗର କର୍ମଚାରୀମାନେ ରହିବେ ବୋଲି ସେ ପ୍ରକାଶ କରିଥିଲେ। ଆଗାମୀ ବୈଠକରେ ଜିଲ୍ଲାରେ କେତେ ଟିକାକରଣ କେନ୍ଦ୍ର କରାଯିବ ତାହା ସ୍ପଷ୍ଟ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ଜିଲ୍ଲାରେ ୧୨ ହଜାର ୬୦୦ ସ୍ୱାସ୍ଥ୍ୟ ଓ ଆଇସିଡିଏସ କର୍ମୀ ଟିକା ନେବା ନିମନ୍ତେ ପଞ୍ଜିକରଣ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।