ଦୁଇ କାଜୁ ବୋଝେଇ ପିକଅପ୍ ଭ୍ୟାନ ଜବତ, ୨୩ ହଜାର ଜୋରିମାନା ଆଦାୟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରୁ କାଜୁ ବୋଝେଇ ହୋଇଥିବା ଦୁଇ ପିକଅପ୍ ଭ୍ୟାନକୁ ପୁଲିସ ଜବତ କରିଛି। ଏଥିସହିତ ୨ଟି ଗାଡ଼ିରୁ ୨୩ ହଜାର ଟଙ୍କା ଜୋରିମାନା ଆଦାୟ କରିଛି। ସୂଚନା ଅନୁସାରେ ଆଜି ସକାଳେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ରାଜପଥ ଉପରେ ଛିଡା ହୋଇଥିବା ଓଡ଼ି-୦୫ୟୁ-୬୩୦୩ ଏବଂ ଓଡ଼ି-୦୨ବିଆର-୦୨୩୩ ନମ୍ବର ବିଶିଷ୍ଟ ଦୁଇଟି ପିକଅପ୍ ଭ୍ୟାନ ଉପରେ ସନ୍ଦେହ ହୋଇଥିଲା।

ପୁଲିସ ଗାଡିର କାଗଜ ପତ୍ର ମାଗିବା ସହ ପରିବହନ କାଗଜ ମାଗିଥିଲା। ଦୁଇ ଗାଡିର ଡ୍ରାଇଭର ଉପଯୁକ୍ତ ପ୍ରମାଣ ପତ୍ର ଦେଇ ନପାରିବାରୁ ପୁଲିସ କେନ୍ଦୁଝର ସେଲଟାକ୍ସ ବିଭାଗକୁ ଖବର ଜଣାଇବା ପରେ ସେଲଟାକ୍ସ ତରଫରୁ ୨ଟି ପିକଅପ୍ ଭ୍ୟାନରୁ ମୋଟ ୨୩ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ତୁରୁମୁଙ୍ଗା ଥାନା ଅଧିକାରୀ ବୈଦନାଥ ସାହୁ ସୂଚନା ଦେଇଛନ୍ତି।