ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଆଜି ଆଉ ୧୧ ହଜାର ୯୫ ଜଣ ସୁସ୍ଥ ହୋଇଛନ୍ତି। ଯାହ ସଂକ୍ରମଣ ଠାରୁ ବେଶ୍ ଅଧିକ। ସୂଚନା ଅନୁସାରେ ଏହି ସୁସ୍ଥ କୋଭିଡ ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୮୫୯ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
କଟକରୁ ୧୧୧୫ ଜଣ, ସୁନ୍ଦରଗଡ଼ରୁ ୮୪୦ ଜଣ, ଅନୁଗୁଳରୁ ୭୨୯ ଜଣ, କଳାହାଣ୍ଡିରୁ ୬୫୯ ଜଣ, ମୟୂରଭଞ୍ଜରୁ ୬୪୨ ଜଣ, ବରଗଡ଼ରୁ ୪୫୦ ଜଣ, ପୁରୀରୁ ୪୨୭ ଜଣ, ସମ୍ବଲପୁରରୁ ୩୭୪ ଜଣ ଓ ବାଲେଶ୍ୱରରୁ ୩୨୮ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି କେନ୍ଦ୍ରାପଡ଼ାରୁ ୩୨୧, ନବରଙ୍ଗପୁରରୁ ୩୧୫, ଝାରସୁଗୁଡ଼ାରୁ ୩୦୧, କୋରାପୁଟରୁ ୨୭୬, ବୌଦ୍ଧରୁ ୨୪୧, ଜଗତସିଂହପୁରରୁ ୧୯୦, ଗଞ୍ଜାମରୁ ୧୮୦, ବଲାଙ୍ଗିରରୁ ୧୬୧, ରାୟଗଡ଼ାରୁ ୧୫୯, ଭଦ୍ରକରୁ ୧୫୧, ଢ଼େଙ୍କାନାଳରୁ ୧୩୮, ଯାଜପୁରରୁ ୧୩୦, ନୟାଗଡ଼ରୁ ୧୨୫, ସୋନପୁରରୁ ୧୨୪, କେନ୍ଦୁଝରରୁ ୧୧୫, କନ୍ଧମାଳରୁ ୧୦୦, ଦେବଗଡ଼ରୁ ୯୭, ମାଲକାନଗିରିରୁ ୮୪, ନୂଆପଡ଼ାରୁ ୬୭, ଗଜପତିରୁ ୬୫ ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ରହିଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୨୭ରେ ପହଞ୍ଚିଛି।