ଦୁଇ ବାଇକ ଦୂର୍ଘଟଣା ଗ୍ରସ୍ତ: ଜଣେ ମୃତ, ୪ ଗୁରୁତର

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ବରତଇଲା ଗ୍ରାମ ନିକଟରେ ଅପରାହ୍ନ ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଦେବା ଫଳରେ ଦୂର୍ଘଟଣା ରେ ଜଣଙ୍କର ମୃତ ହୋଇଥିବା ବେଳେ ୪ ଗୁରୁତର ହୋଇଛନ୍ତି। ମୃତକ ଖିଲେଇ ଗ୍ରାମର ଦୈତାରୀ ସାମଲ (୩୫)। ଗୁରୁତର ହେଲେ ଦୈତାରୀଙ୍କ ସ୍ତ୍ରୀ କୁମୁଦିନୀ ସାମଲ ଓ ପୁଅ ଗୌରା ସାମଲ। ଅନ୍ୟ ଗୁରୁତର ଜଣଙ୍କ ହେଲେ ଡେଙ୍ଗସରଗୀ ଗ୍ରାମର ନଟୁ କିସାନ(୨୫)।

ପ୍ରାପ୍ତ ସୂଚନା ଅନୁସାରେ ଅପରାହ୍ନ ସମୟରେ ଦୈତାରୀ ପରିବାର ସହ ନିଜ ଗ୍ରାମ ଖିଲେଇରୁ ଶଶ୍ବର ଘର ଛତାବର ଗ୍ରାମକୁ ଆସୁଥିଲେ। ବରତଇଲା ନିକଟରେ ଡେଙ୍ଗସରଗୀ ଗ୍ରାମ ନଟୁ କିସାନଙ୍କ ବାଇକ ସହ ସାମ୍ନା ପଟୁ ମୁହାଁମୁହିଁ ଧକ୍କା ହୋଇଥିଲା। କିଛି ସ୍ଥାନୀୟ ଲୋକ ଦୌଡି ଆସି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଛତାବର ମେଡିକାଲକୁ ଆଣିଥିଲେ। ଡାକ୍ତର ଦୈତାରୀକୁ ମୃତ ଘୋଷଣା କରିଥିବା ବେଳେ ସ୍ତ୍ରୀ, ପୁଅ ଓ ନଟୁର ଅବସ୍ଥା ଗରୁତର ଥିବାରୁ ସେମାନଙ୍କୁ ଦେବଗଡ ମେଡିକାଲକୁ ପଠାଇଥିବା ଜଣା ପଡିଛି।

ସେହିପରି ନଟୁର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦେବଗଡରୁ ତାକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।