Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କ ପତ୍ନୀଙ୍କ ବିସ୍ପୋରକ ବୟାନ:  ଅଧ୍ୟକ୍ଷ ପଦ ପାଇଁ କୋରାପୁଟ ସାଂସଦ ୫୬ ଲକ୍ଷ ଟଙ୍କାରେ ଡିଲ କରିଥିଲେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କ ପତ୍ନୀଙ୍କ ବିସ୍ପୋରକ ବୟାନ:  ଅଧ୍ୟକ୍ଷ ପଦ ପାଇଁ କୋରାପୁଟ ସାଂସଦ ୫୬ ଲକ୍ଷ ଟଙ୍କାରେ ଡିଲ କରିଥିଲେ

ରାୟଗଡା,ଏନ୍ଏନ୍ଏସ୍: ପୌର ପରିଷଦ ଅଧ୍ୟକ୍ଷ ପାଇଁ କଂଗ୍ରେସ ଦଳରେ ସୃଷ୍ଟି ହୋଇଛି ଝଡ। ଅଧ୍ୟକ୍ଷ ପଦ  ପାଇଁ ପୂର୍ବତନ ମନ୍ତ୍ରୀ ଅନ୍ତରାମ ମାଝୀଙ୍କ ବୋହୂ ତଥା ପୂର୍ବତନ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ମାଝୀଙ୍କ  ସ୍ତ୍ରୀ ମମତା ମାଝୀଙ୍କୁ ଅଧ୍ୟକ୍ଷ ପଦ ପାଇଁ ଚୟନ କରାଯାଇ ଶେଷ ମୁହୁର୍ତ୍ତରେ ଦଳୀୟ ଟିକେଟ ଦେଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୁଷ୍ଟ କଂଗ୍ରେସ ନେତ୍ରୀ ମମତା ମାଝୀ ସିଧାସଳଖ ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ କମିଟିକୁ। ତାଙ୍କର କହିବାନୁଯାୟୀ ଜାତୀୟ ସ୍ତରରେ କଂଗ୍ରେସ ନାରୀ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଉଥିବା କଂଗ୍ରେସ ଦଳ ଜିଲ୍ଲା ସ୍ତରରେ ନାରୀକୁ ଅପମାନିତ କରିଥିବା ଏକ ଦୂର୍ଭାଗ୍ୟଜନକ। ଏ ପରିପ୍ରେକ୍ଷୀରେ ସିଧାସଳଖ ଲୋକସଭା ସାସଂଦ ସପ୍ତଗିରି ଉଲ୍ଲାକା ଓ କଂଗ୍ରେସ ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କୁ ଦୋଷାରୋପ କରିଛନ୍ତି। ଏଥିସହ ସାଂସଦ ଅଧ୍ୟକ୍ଷ ପାଇଁ ୫୬ ଲକ୍ଷ ଖର୍ଚ୍ଚ କରିବା ପାଇଁ ତାଙ୍କ ସହିତ ଡିଲ କରି ତାଙ୍କୁ ରାତାରାତି ରାଜସ୍ଥାନରୁ ଡକାଇ ଆଣିଥିବା ବେଳେ ଶେଷ ମୁହୁର୍ତ୍ତରେ ଟିକେଟ କାଟିଥିବା ସେ ଅଭିଯୋଗ କରିଛନ୍ତି।

ଏପରିକି ଦଳର ଉପସଭାପତିଙ୍କୁ ଲଗାଇ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ତାଙ୍କ ସ୍ବାମୀଙ୍କ ଉପରେ ଚାପ ପକାଉଥିବା ଶ୍ରୀମତୀ ମାଝୀ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଦଳୀୟ ଖର୍ଚ୍ଚ ପାଇଁ ମଧ୍ୟ ତାଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ୨୫ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ଦେଇପାରିନଥିବାରୁ ତାଙ୍କୁ ଟିକେଟ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ମମତା। ତେଣୁ ତାଙ୍କ ସ୍ବାଭିମାନରେ ଆଞ୍ଚ ଆସିବା ଯୋଗୁଁ ସେ ବାଧ୍ୟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି। ନିର୍ବାଚନରୁ ଓହରିଯିବା ପାଇଁ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଦଳ ପକ୍ଷରୁ ପ୍ରବଳ ଚାପ ପକାଉଥିବା ବେଳେ ସେ କସ୍ମିନ କାଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ବଷ୍ଟ କରିଛନ୍ତି ମମତା। ଜିତିବା ଲକ୍ଷ ନେଇ କଂଗ୍ରେସ ଦଳ ନିର୍ବାଚନ ଲଢୁନାହିଁ। ବରଂ ହାରିବା ପାଇଁ ନିର୍ବାଚନ ଲଢୁଛି। ବିଜୟୀ ସମ୍ଭାବନା ପ୍ରାର୍ଥୀଙ୍କୁ ବାଦଦେଇ ବାଧ୍ୟ ବାଧକତାରେ ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ କରାଯାଇଛି।

ଏଭଳିକି ସାଂସଦ ଶ୍ରୀ ଉଲ୍ଲାକା ନିଜ ୱାର୍ଡରେ କାଉନସିଲର ପ୍ରାର୍ଥୀ ଦେଇନାହାଁନ୍ତି। କେଉଁ କାରଣରୁ ଏହିଭଳି କରିଛନ୍ତି ତାହା ଦଳୀୟ ନେତୃତ୍ୱ ତଦନ୍ତ କରିବାକୁ ସେ ଆଜି ଦାବି କରିଛନ୍ତି । ରାୟଗଡା ପୌର ପରିଷଦର ୨୪ ଟି ୱାର୍ଡ ମଧ୍ୟରୁ ୪ ଟି ରେ କେହି କାଉନସିଲର ପ୍ରାର୍ଥୀ ନାହାଁନ୍ତି। ସେଥିରୁ ୩ ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ମହିଳାଙ୍କୁ ଦଳରେ ଉଚ୍ଚିତ ସମ୍ମାନ ପ୍ରଦାନ କରାଯାଉନଥିବା ମଧ୍ୟ ମମତା କହିଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମହିଳାଙ୍କୁ ସମ୍ମାନ ଦେବା ପାଇଁ କହୁଥିବା ବେଳେ ରାୟଗଡା ଜିଲ୍ଲା କଂଗ୍ରେସରେ ଏହାର ଓଲଟା କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ମୁଁ ବାଧ୍ୟ ହୋଇ ସ୍ୱାଧୀନ ଭାବେ ଲଢିବା ପାଇଁ ନାମାଙ୍କନପତ୍ର ଦାଖଲ କରିଛି। ବର୍ତ୍ତମାନ ଉଭୟ କଂଗ୍ରେସ ଓ ବିଜେଡି ଦଳରୁ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ଚାପ ପକାଯାଉଛି।

ଉଭୟ ଦଳର ନେତୃବୃନ୍ଦ ମୋତେ ଓ ମୋ ସ୍ୱାମୀଙ୍କୁ ଫୋନ କରି ପ୍ରତ୍ୟାହାର କରିବାକୁ କହୁଛନ୍ତି। କିନ୍ତୁ ମୁଁ ନାମାଙ୍କନ ପ୍ରତ୍ୟାହାର କରିବି ନାହିଁ ବୋଲି ମମତା କହିଛନ୍ତି। କଂଗ୍ରେସର ଦଳୀୟ ଟିକେଟରୁ ବାଦ୍ ପଡି  ବର୍ତ୍ତମାନ ସ୍ବାଧୀନ ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମମତା।