ବିଏମ୍‌ସି ଘର ଭାଙ୍ଗୁଥିବା ବେଳେ କାନ୍ଥ ପଡି କବାଡିଆଙ୍କ ମୃତ୍ୟୁ, ପୁଲିସର ତଦନ୍ତ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ବର କୋରାପୁଟ ଭବନରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବିଏମ୍‌ସି ଘର ଭାଙ୍ଗୁଥିବା ବେଳେ କାନ୍ଥ ପଡି କବାଡିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘର ଭଙ୍ଗା ଚାଲିଥିବା ବେଳେ କବାଡିଆ ଘର ପାଖରେ ଥିଲେ। ଠିକ୍ ଏହି ସମୟରେ ତାଙ୍କ ଉପରେ କାନ୍ଥ ପଡ଼ିଯିବାରୁ ଏପରି ଘଟଣା ଘଟିଛି। ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କୃତ କବାଡ଼ିଆଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ।