ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗରେ ଦୁଇଟି ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ‘ପିଏମ୍ କେୟାର୍ସ’ ପାଣ୍ଠିରୁ ୪୧.୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଡିଆରଡିଓ ଦ୍ୱାରା ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କଲ୍ୟାଣୀ ଠାରେ ଏହି ଦୁଇଟି ହସ୍ପିଟାଲ ନିର୍ମାଣ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।
ଏହି ହସ୍ପିଟାଲ ନିର୍ମାଣରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସହଯୋଗ କରିବେ। ଏହା ଦ୍ୱାରା ପଶ୍ଚିମବଙ୍ଗରେ କୋଭିଡ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇପାରିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିରୁ ବିହାର, ଦିଲ୍ଲୀ, ଜାମ୍ମୁ ଓ ଶ୍ରୀନଗରରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଛି।