ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସବୁଠୁ ବଡ଼ ସହର ଇନ୍ଦୋରରେ ପୋଷ୍ଟ କୋଭିଡର ଅନେକ ମାମଲା ସାମ୍ନାକୁ ଆସିଛି। ଇନ୍ଦୋରର ସରକାରୀ ଓ ଘରୋଇ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦୦ ଜଣ ବ୍ଲାଲ ଫଙ୍ଗସରେ ସଂକ୍ରମିତ ହୋଇଛନ୍ତି। ଆଶ୍ଚର୍ଯ୍ୟକର କଥାଟି ହେଲା, ଇନ୍ଦୋରରେ ଦେଶର ପ୍ରଥମ ଗ୍ରୀନ ଫଙ୍ଗସ ରୋଗୀ ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ, ଇନ୍ଦୋରରେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଥିବାବେଳେ ଏବେ ସେଥିରେ ରୋକ ଲାଗିଛି। କିନ୍ତୁ ଇନ୍ଦୋରରେ ଏକ ନୂଆ ଫଙ୍ଗଲ ସଂକ୍ରମଣ ଦେଖାଦେଇଛି। ପୋଷ୍ଟ କୋଭିଡ ଦୃଷ୍ଟିରୁ ଏବେ ସୁଦ୍ଧା ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ ସାମ୍ନାକୁ ଆସିଥିଲା। ହେଲେ ଇନ୍ଦୋରରେ ଜଣେ କରୋନା ରୋଗୀ ୯୦ ଦିନ ଚିକିତ୍ସିତ ହେବା ପରେ ଗ୍ରୀନ ଫଙ୍ଗସର ଶିକାର ହୋଇଛି।