ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ନୂତନ ଗାଡ଼ି ପଞ୍ଜୀକରଣ ପ୍ରକ୍ରିୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତି ଧୀରେଧୀରେ ସୁଧୁରୁଥିବା ବେଳେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ରାଜ୍ୟ ସରକାର ଆଶିଂକ ଅନଲକ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହି ସମୟରେ ଗାଡ଼ି ସୋ’ରୁମ୍ ଖୋଲିବ ଓ ନୂତନ ଗାଡ଼ି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଆରଟିଓ ଓ ଡିଲର ମାନଙ୍କୁ ନୂତନ ଗାଡ଼ି ପଞ୍ଜୀକରଣ ପାଇଁ ଅନୁମତି ଦେବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।