ଦୁର୍ଗାପୂଜା ପାଇଁ ଟ୍ୱିନ୍ ସିଟିରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା

ଦୁର୍ଗାପୂଜା ଅବସରରେ ଉଭୟ କଟକ ଓ ଭୁବନେଶ୍ୱର ସହରରେ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ଆଖି ଆଗରେ ରଖି ଟ୍ୱିନ୍ ସିଟିର ସୁରକ୍ଷା ବ୍ୟବସ୍ଥା କଡାକଡି ହେବ। ଏନେଇ ଉଭୟ ସହରରେ ୬୩ ଫ୍ଲାଟୁନ୍ ଫୋର୍ସ ମୁତୟନ ହେବ ବୋଲି ଭୁବନେଶ୍ୱର ଡିସିପି ସୁଧାଂଶୁ ଷଡଙ୍ଗୀ କହିଛନ୍ତି। ଏନେଇ ଟ୍ରାଫିକ୍ ଆଡଭାଇଜରି ଜାରି ହେବ। ସମସ୍ତ କଟକଣାକୁ କଡାକଡି ଭାବେ ପାଳନ କରାଯିବ। ରାଜଧାନୀରେ ୧୭୦ ମେଢ଼ ଓ ୫ଟି ରାବଣ ପୋଡି ଅନୁଷ୍ଠିତ ହେବ। ଅସମାଜିକ ଲୋକଙ୍କ ଉପରେ କଡା ନଜର ରଖାଯିବ ବୋଲି ଡିସିପି କହିଛନ୍ତି।