Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭାରତର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୪ ଓଡ଼ିଆ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭାରତର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୪ ଓଡ଼ିଆ

ନୂଆଦିଲ୍ଲୀ: ଇଂରାଜୀ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ୍’ ପକ୍ଷରୁ ଚଳିତ ବର୍ଷ ଲାଗି ଦେଶର ୧୦୦ ଜଣ ଅତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ରାଜନୀତି, କୂଟନୀତି, ପ୍ରଶାସନ, କ୍ରୀଡ଼ା ଓ ଅଭିନୟ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ବ୍ୟକ୍ତିମାନଙ୍କ ଏହି ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସ୍ଥାନ ପାଇଛି।

ଏଥିରେ ଯେଉଁ ୪ ଜଣ ପ୍ରଭାବୀ ଓଡ଼ିଆଙ୍କ ନାମ ରହିଛି, ସେମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାଲିକାର ୧୪ତମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ରହିଥିଲା ବେଳେ ୩୯ତମ ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରମୋଦ କୁମାର ମିଶ୍ର ୧୯ତମ ସ୍ଥାନରେ ଏବଂ ଶକ୍ତିକାନ୍ତ ଦାସ ୨୯ତମ ସ୍ଥାନରେ ରହିଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସ୍ ର ସର୍ଭେ ଅନୁଯାୟୀ ଗତ ସାଧାରଣ ନିର୍ବାଚନରେ ଲୋକସଭାରେ ୩୦୩ ଆସନ ପାଇ ଦ୍ୱିତୀୟବାର କ୍ଷମତା ହାସଲ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିତଲାକ୍ ବିଲ୍ ଏବଂ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଭଳି ପଦକ୍ଷେପ ନେଇଥିବାରୁ ତାଙ୍କର ଲୋକପ୍ରିୟତା ଶୀର୍ଷକୁ ଛୁଇଁଛି। ସେ ଦେଶର ଅତି ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ୧ନଂ. ସ୍ଥାନ ବଜାୟ ରଖିଛନ୍ତି।

୨ୟ ସ୍ଥାନରେ ରହିଛନ୍ତି, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ୩ନଂ. ସ୍ଥାନରେ ଅଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ। ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ୪ର୍ଥ ସ୍ଥାନରେ ଥିଲାବେଳେ ୫ମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଷଷ୍ଠ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ୭ମ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଅଷ୍ଟମ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକାରୀ ୯ମ ଏବଂ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ୧୦ମ ସ୍ଥାନରେ ରହିଛନ୍ତି।

ଟପ୍ ୧୦ରେ ରହିଥିବା ଅତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସଂଘ ପରିବାର ବାହାରର କେବଳ ଜଷ୍ଟିସ୍ ଗୋଗୋଇ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରି ମୁଖ୍ୟ ମୁକେଶ ଅମ୍ବାନୀଙ୍କ ନାମ ରହିଛି। ସେହିପରି ଟପ୍-୨୦ରେ ବିରୋଧୀ ଦଳର କେବଳ ୨ ଜଣଙ୍କ ନାମ ସ୍ଥାନ ପାଇଛି। ସେମାନେ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଅମରିନ୍ଦର ୧୫ତମ ସ୍ଥାନରେ ଥିଲା ବେଳେ ସୋନିଆ ୧୭ତମ ସ୍ଥାନରେ ରହିଛନ୍ତି।

ତେବେ ୨୫ତମ ସ୍ଥାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ରହିଛି।  ବାବା ରାମଦେବ ୬୭ତମ ଓ ଶ୍ରୀଶ୍ରୀ ରବିଶଙ୍କର ୬୮ତମ ସ୍ଥାନରେ ଅଛନ୍ତି। ଜାତୀୟ ବ୍ୟାଡ୍ମିଣ୍ଟନ୍ କୋଚ୍ ପି ଗୋପୀଚାନ୍ଦ ୮୯ତମ ସ୍ଥାନ ହାସଲ କରିଛନ୍ତି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ୯୩ତମ ସ୍ଥାନରେ ରହିଛନ୍ତି।