ବାରହା ମାଂସ ଜବତ, ଜଣେ ଗିରଫ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ରେଙ୍ଗାଳପାଲି କଙ୍କରଖୋଳ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ଉ କରି ବାରହା ମାଂସ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରେଙ୍ଗାଳପାଲି ଗ୍ରାମର ରାଜୁ ପ୍ରଧାନ। ଘଟଣାସ୍ଥଳରୁ ୪ଜଣ ଫେରାର ହୋଇଥିବା ବେଳେ ୧କେଜି ମାଂସ, ୩କେଜି ବିଦ୍ୟୁତ ତାର ସହ ଶିକାର ପାଇଁ ବ୍ୟବହୃତ ହଥିଆର ଜବତ ହୋଇଛି।

ସୂଚନାନୁଯାୟୀ, ଗତକାଲି ସକାଳେ ବନ ବିଭାଗ ପେଟ୍ରୋଲିଂ କରୁଥିବାବେଳେ ଉକ୍ତ ଜଙ୍ଗଲରେ ଶିକାର ଚାଲିଥିବା ନେଇ ଖବର ପାଇଥିଲେ। ଏଥିରେ କୁଣ୍ଢେଇଗୋଳା ଫରେଷ୍ଟର ମାର୍ଟିନା ପ୍ରଧାନ, ରେଙ୍ଗାଳପାଲି ଫରେଷ୍ଟଗାର୍ଡ ନିରଞ୍ଜନ ବେହେରା ଓ କୁଣ୍ଢେଇଗୋଳା ଫରେଷ୍ଟ ଗାର୍ଡ ଗୋପାଳକ୍ରିଷ୍ଣା ମହାକୁଡ଼ ସମେତ ପାରାଷ୍ଟାଫ ସାମିଲ ହୋଇଥିଲେ। ପରେ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ନେଇ ରେଞ୍ଜର ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।