ୟୁପିରେ ପ୍ରଚାର ଭାର ସମ୍ଭାଳିବେ ମୋଦୀ ଓ ଶାହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କମାଣ୍ଡ ସମ୍ଭାଳିଛନ୍ତି। ମୋଦୀ ଓ ଶାହ ଚଳିତ ମାସ ଲଗାତାର ଭାବେ ଉତ୍ତରପ୍ରଦେଶ ଗସ୍ତ କରି ପାର୍ଟିର ପ୍ରସ୍ତୁତିକୁ ସୁଦୃଢ଼ କରିବେ। ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ପରିଯୋଜନାର ଶିଳାନ୍ୟାସ କରିବା ସହ ନିର୍ବାଚନ ଅଭିଯାନର ଗତିକୁ ଦ୍ରୁତ କରିବା ପାଇଁ ସଂଗଠନକୁ ପ୍ରେରିତ କରିବେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧୬ରେ ପୂର୍ବାଞ୍ଚଳ ଏକ୍ସପ୍ରେସର ଉଦଘାଟନ କରିବେ। ନଭେମ୍ବର ୧୯ରେ ଝାଁସୀ କିଲ୍ଲାରେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ। ନଭେମ୍ବର ୨୫ରେ ଜେବରରେ ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଭୂମି ପୂଜନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୦-୨୨ରେ ଲଖନଊ ଡିଜିପି କନଫ୍ରେନ୍ସ ହେବ।