ପ୍ଲାଜମା ଦେବାକୁ ଆଗେଇ ଆସିଲେ ୧୨ କରୋନା ଯୋଦ୍ଧା

ରାୟଗଡ଼ା,ଏନ୍ଏନ୍ଏସ୍: ମହାମାରୀ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ୧୨ କରୋନା ବିଜେତା। ଆଜି ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ୧୨ ଜଣ କରୋନା ଯୋଦ୍ଧାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ପଠାଯାଇଛି। ଉପରୋକ୍ତ ପ୍ଲାଜମା ଦାନ ପ୍ରତି ଆଗ୍ରହ ପ୍ରକାଶ କରିଥିବା ଯୋଦ୍ଧାମାନଙ୍କ ମଧ୍ୟରୁ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରର ପିଏଚଇ ଅଧିକାରୀ, ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇ ଅଧିକାରୀ, ମୁନିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇ ଅଧିକାରୀ ଓ ଆୟୁଶ ଏମଓ ଏବଂ ଜଣେ ରାୟଗଡା ଓ ବିଷମକଟକ ଥାନା ପୁଲିସ କର୍ମୀ ନିଜ ପ୍ଲାଜମା ଦାନ ପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାଯାଇଛି। ସେହିଭଳି ଗୁଣୁପୁର, ପଦ୍ମପୁର ଓ ରାୟଗଡା ସହରାଞ୍ଚଳରୁ ପାଞ୍ଚଜଣ ପ୍ଲାଜମା ଦାନପାଇଁ ଆଗେଇ ଆସିଛନ୍ତି।