ପୁଣି ଆରୋଗ୍ୟ ହେଲେ ୩୦୩୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ୮୯୨

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୩୦୩୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଆଜିର ମୋଟ ସୁସ୍ଥଙ୍କ ସଂଖ୍ୟା ୯୯ହଜାର ୩୯୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରିକରାଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୮୯୨ ଆକ୍ରାନ୍ତ ସୁସ୍ଥ ହୋଇଥିଲାବେଳେ ମୟୂରଭଞ୍ଜରୁ ୨୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବରଗଡ଼ରୁ ୧୬୮, ଗଞ୍ଜାମ ୧୫୪, କଟକ ୧୫୦, ରାୟଗଡ଼ାରୁ ୧୩୯, ବାଲେଶ୍ୱରରୁ ୯୭, ସୁନ୍ଦରଗଡ଼ରୁ ୯୭, ସମ୍ବଲପୁରରୁ ୮୩, କେନ୍ଦ୍ରାପଡ଼ାରୁ ୮୦, ଯାଜପୁରରୁ ୭୯, କୋରାପୁଟରୁ ୭୯, ଝାରସୁଗୁଡ଼ାରୁ ୭୦, ମାଲକାନଗିରି ୬୮, ପୁରୀ ୫୮, ଜଗତିସିଂହପୁର ୫୭, ଢ଼େଙ୍କାନଳାରୁ ୫୬, ଅନୁଗୁଳରୁ ୪୯, ବଲାଙ୍ଗିରରୁ ୪୬, ଭଦ୍ରକରୁ ୪୨, କନ୍ଧମାଳରୁ ୪୦, ସୋନପୁରରୁ ୪୦, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୩୧, ଗଜପତିରୁ ୨୬, କଳାହାଣ୍ଡିରୁ ୨୩, ବୌଦ୍ଧରୁ ୨୧, ନୂଆପଡ଼ାରୁ ୧୨ ଓ ଦେବଗଡ଼ରୁ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।