ଖଣ୍ଡଗିରି ଓଭରବ୍ରିଜ ଉପରେ ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍, ୭ ଦିନରେ ଗଡିଲାଣି ୧୦ ମୁଣ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖଣ୍ଡଗିରି ଓଭରବ୍ରିଜ୍ ନେଲା ଆଉ ଏକ ମୁଣ୍ଡ। ଏକ ଟ୍ରକ୍ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକ ଓଭର ବ୍ରିଜ କଡରେ ଶୋଇଥିଲେ। ଏତିକିବେଳେ ଏକ ଟ୍ରକ୍ ତାଙ୍କୁ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହିପରି ଗତ ୭ ଦିନରେ ୧୦ ଜଣଙ୍କ ମୁଣ୍ଡ ନେଲାଣି ଖଣ୍ଡଗିରି ଓଭରବ୍ରିଜ।