ବରଯାତ୍ରୀ ବସ୍ ଦୁର୍ଘଟଣା, ୭ ମୃତ ଓ ୮ ଗୁରୁତର

ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶ ସମ୍ଭାଲ ଜିଲ୍ଲାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣାଗ୍ରସ୍ତ ଘଟିଛି। ରାସ୍ତାରେ ବସଟି ଛିଡା ହୋଇଥିବା ବେଳେ ଅନ୍ୟ ଏକ ବସ୍ ଆସି ପିଟି ହୋଇଥିଲା। ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।

ପୁଲିସ ଅଧିକ୍ଷକ କହିଛନ୍ତି ଯେ ବିବାହ ସମାରୋହରେ ଯୋଗଦେଇ ଫେରୁଥିବା ବେଳେ ବସଟି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଆଠ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।