ଝାରସୁଗୁଡ଼ା, ବ୍ରଜରାଜନଗର, ଏନ୍ଏନ୍ଏସ୍: ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘର ଆସନ୍ତା ୨୧ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ୧୭ ଜଣ ନାମାଙ୍କପତ୍ର ଦାଖଲ କରିଛନ୍ତି। ସଭାପତି ପଦବି ପାଇଁ ଅମୀୟ କୁମାର ସାମଲ, ଦେବ ପ୍ରାସାଦ ଦାସ୍, ସତୀଶ ସିଂହ ନାମାଙ୍କନ ଦାଖଲ କରିଥିବାବେଳେ ଉପ ସଭାପତି ପଦ ପାଇଁ ଅରୁଣ କୁମାର ଯାଦବ, ମୁକେଶ ସିଂହ, ସଞ୍ଜୟ ରାଏ ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ବିଜୟ କୁମାର ସିଂହ, ବିକାଶ କୁମାର ବର୍ମା, ରାଜା ପୁରୋହିତ, ରାଜେଶ କୁମାର, ସୁଦାମ ନାଏକ ନାମାଙ୍କନ ଦାଖଲ କରିଛନ୍ତି। ସହ ସମ୍ପାଦକ ପଦରେ ଅଚେଲାଲ ସିଂହ ଏବଂ ମଧୁସୂଦନ ସିଂହ, କୋଷାଧ୍ୟକ୍ଷ ପଦ ପାଇଁ ଭୂପେନ କାରିଗର, ଧନଞ୍ଜୟ ସିଂହ, ରାଜୀବ କୁମାର ସିଂହ, ସ୍ୱର୍ନ ରାୟ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀ ବିଶ୍ୱନାଥ ନାୟକ ନାମାଙ୍କ ପତ୍ର ଗ୍ରହଣ କରି କେତେ ଗୁଡିଏ ନିୟମକୁ ମାନି ଚଳିବାକୁ ଆଦେଶ ଦେଇଥିଲେ। ସର୍ବ ପ୍ରଥମେ କୋଭିଡ-୧୯ ର ନିୟମକୁ ଆଖିଆଗରେ ରଖି ଦୂରତା, ମାସ୍କର ଉପଯୋଗ କରି ନିର୍ବାଚନକୁ ପ୍ରବେଶ କରିବା, ଆଧାର କାର୍ଡ, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ, ସଙ୍ଘର କାର୍ଡ ଦେଖାଇ ମତଦାନ କରିପାରିବେ।