ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମଦ ପିଇ ଗାଡ଼ି ଚଲାଉଥିବା ୯ ଜଣ ଚାଳକଙ୍କୁ ଲଖନପୁର ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ବେହେରାଗୁଡା ଓ କୁଡାଲୋଇ ଛକରେ ଯାନବାହନ ଯାଞ୍ଚ ସମୟରେ ଟ୍ରାଫିକ ନିୟମ ଉଲ୍ଲଘଂନ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଯୋଗୁଁ ଏହି ଚାଳକମାନଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଗିରଫ ବ୍ୟକ୍ତିମାନେ ହେଲେ ଲଖନପୁର ବ୍ଲକ୍ ଭଇଁଷା ମୁଣ୍ଡାର ନରେନ୍ଦ୍ର ଧୁରୁଆ (୩୭), ଶୋଲଦିଆର କୁମରମଣି କୁମ୍ଭାର (୩୪), ଟାଙ୍ଗରପାଲିର ମଳୟ ସାହୁ (୩୭), ବାଘମୁଣ୍ଡାର ଅନାଦୀ କିଶାନ (୩୦), ତିଲିଆର ଯତୃ ତନ୍ତୀ (୩୧), କୁଡ଼ାଲୋଇର ଉଦ୍ଧବ ଧଳ (୩୬), କର୍ଲାଯୋରୀର ଜଗନ୍ନାଥ ଦିଶ୍ରୀ (୪୨), ଟିଙ୍ଗସମାଲର ମନୋଜ ବାରୁ (୩୨) ଓ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଦମବାହାଲର ଚମାର ମୁଣ୍ଡା (୫୧) ବୋଲି ଜଣାପଡିଛି। ସେହିପରି ଏହି ୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ପୃଥକ୍ ଭାବେ ୯ଟି ମାମଲା ରୁଜୁ କରି ସେମାନଙ୍କଠୁ ଏକ ହାଇୱା, ଏକ ପିକ୍ଅପ୍ ଓ ୭ଟି ବାଇକ୍କୁ ଜବତ କରାଯାଇଛି।