ବେଆଇନ ଗୋରୁଚାଲାଣ : ୬ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରୁ ବେଆଇଅନ ଗୋ ଚାଲାଣ ବେଳେ ତୁରୁମୁଙ୍ଗା ପୁଲିସ ଦୁଇଟି ପିକ୍ ଅପ୍ ଭ୍ୟାନ୍ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଜବତ ପରେ ଦୁଇଟି ଗାଡ଼ିରେ ଥିବା ୧୦ଟି ଗୋରୁଙ୍କୁ କରଞ୍ଜିଆ ଗୋଶାଳାକୁ ପଠାଯାଇଛି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ସୋହେଲାର ମୁବାରକ ଖାନ୍ , ବରଗଡ଼ ଜିଲ୍ଲା ସଦର ଥାନା ଧରଖଣ୍ଡ ଗ୍ରାମର ମିଥୁନ ସୁନା, ବରଗଡ଼ ଜିଲ୍ଲା ବରପାଲି ଥାନା ଝୁଲାପାଲି ଗ୍ରାମର ନେହେରୁ ସୁନା, ବରଗଡ଼ ଜିଲ୍ଲା ବିଜେପୁର ଥାନା କାନପୁରୀ ଗ୍ରାମର ଗଙ୍ଗାଧର ବିଭାର, ବରଗଡ଼ ଜିଲ୍ଲା ସଦର ଥାନା ଅନ୍ଦନବାହାଲ ଗ୍ରାମର ବିଦେଶୀ ବେଶ୍ରା ଏବଂ ବଲାଙ୍ଗିର ଜିଲ୍ଲା ଲଇସିଙ୍ଗା ଥାନା ରିନବଚନ ଗ୍ରାମର ମୁଚିନ୍ଦ୍ର ମୁଗୁଲି(୩୫)। ଏମାନେ ବରଗଡ଼ ଜିଲ୍ଲା ସୋହେଲାରୁ ଜଶିପୁର ଅଞ୍ଚଳକୁ ଗୋ ଚାଲାଣ କରୁଥିଲେ।