ଜୟପୁର ଘାଟିରେ ଓଲଟିଲା ଟ୍ରକ୍

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥ ଘାଟିରେ ଆଜି ପୂର୍ବାହ୍ଣରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଓଲଟି ପଡିଛି। ଟ୍ରକଟି ସିମେଣ୍ଟ ନେଇ ଜୟପୁର ଅଭିମୁଖେ ଯାଉଥିବାବେଳେ ଘାଟିର ବୁଲାଣିଆରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କୁ ଡାକ୍ତରଖାନା ପଠାଯାଇଛି। ଦୁଇଦିନ ପୂର୍ବରୁ ସେହି ସ୍ଥାନରେ ଏକ ଏଲପିଜି ଟ୍ୟାଙ୍କର ଓଲଟି ପଡିଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ରାସ୍ତାରୁ ଟ୍ରକକୁ ହଟାଇବାକୁ ଉଦ୍ୟମ ଜାରି ରହିଛି।