ଭୁବନେଶ୍ୱରରୁ ୧୦୭୬ କରୋନା ପଜିଟିଭ ଚିହ୍ନଟ: ୯୮୯ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୧,୦୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୮ଜଣ ଓ ସ୍ଥାନୀୟ ସଂକ୍ରମଣ ୯୮୯ଜଣ ରହିଛନ୍ତି। ଅନ୍ୟପଟେ ୯୮୯ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର ୯୫୬ ହୋଇଥିବାବେଳେ ୫୪ହଜାର ୮୬୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨, ୭୫୬ଜଣ ଚିକିତ୍ସିତ ହେଉଛନ୍ତି।