ଜଳିଗଲା ଡ଼ାଲି ବୋଝେଇ ଟ୍ରକ୍

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର ଅଭିମୁଖେ ଆସୁଥିବା ଏକ ଡ଼ାଲି ବୋଝେଇ ଟ୍ରକର ଆଗ ଚକା ଫାଟିଯିବାରୁ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର। ସମ୍ବଲପୁର ରୋଡ଼ ଛତାମଖନା ନିକଟ ଜାମସର ପାଖ ଖମାରମୁଣ୍ଡା ଛକରେ ଏହି ଦୁର୍ଘଟଣା ଘଟଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୁଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରୁଛି।