ବାଲୁକା ଶିଳ୍ପୀଙ୍କ ଚିକିତ୍ସା ପାଇଁ ସହାୟତା କଲେ ଡାକ୍ତର ଦମ୍ପତି

ବରଗଡ଼, ଏନ୍ଏନ୍ଏନ୍: ବାଲୁକାଶିଳ୍ପୀ କାର୍ତ୍ତିକ ନାଏକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛନ୍ତି ବରଗଡ଼ର ସମାଜସେବୀ ଡାକ୍ତର ଦମ୍ପତି । ବାଲୁକାଶିଳ୍ପୀ କାର୍ତ୍ତିକ ବର୍ଷେ ହେବ ଗେଷ୍ଟ୍ରୋଏନ୍ଟୋଲୋଜିରେ ପୀଡିତ ଥିବାବେଳେ ଅର୍ଥାଭାବ ଯୋଗୁଁ ଚିକିତ୍ସିତ ହୋଇପାରି ନ ଥିଲେ । ଯାହାକି ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେବା ପରେ ଡାକ୍ତର ସୁସ୍ମିତା ଦାଶ ଓ ଡାକ୍ତର ରାଜେଶ ତ୍ରିପାଠୀ।ର୍ତ୍ତିକଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । କାର୍ତ୍ତକ ଚିକିତ୍ସା ପାଇଁ ପ୍ରତିମାସ ଔଷଧ ତଥା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରାୟ ୭ ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଡାକ୍ତର ଦମ୍ପତି ଔଷଧ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ ।