ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ / କୋସଳି ଭାଷା ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ସହିଦ ପୀଠ ଘେଁସଠାରେ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ / କୋସଳୀ ଭାଷା ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ହୋଇଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟଅତିଥିଭାବରେ ଯୋଗଦେଇ ଭୂମିପୂଜନ କରିଥିବାବେଳେ ଏହି ଅବସରରେ ପଦ୍ମଶ୍ରୀ ହଳଧର ନାଗ ଉପସ୍ଥିତ ଥିଲେ । ୨୫ ଲକ୍ଷ ଅଟକଳ ମୂଲ୍ୟରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଉତ୍ପନ୍ନ ଭୋଇ, ଅଧ୍ୟାପକ ସୁଶାନ୍ତ ମିଶ୍ର, ଅଶୋକ ପୂଜାହାରୀ, ଅଶୋକ କୁମାର ବହିଦାର , ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ, ପ୍ରଫୁଲ୍ଲ ପ୍ରଧାନଙ୍କ ସମେତ ବହୁ କବି ସାହିତ୍ୟିକ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ସିଂ ଘେଁସ ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ , ପ୍ରଶାସନିକ ଭବନ, କ୍ୟାଣି୍ଟନ ଗୃହର ଶିଳାନ୍ୟାସ କରିଥିଲେ।