ତ୍ରିପତି ମହାନ୍ତି ହେଲେ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧୀ

କୋଟପାଡ଼,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲା ବିଜେଡିର ଉପଦେଷ୍ଟା ତ୍ରିପତି ବାଲାଜୀ ମହାନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ କୋଟପାଡ଼ ବ୍ଲକ୍ ପ୍ରତିନିଧୀ ଭାବେ ନିଯୁକ୍ତ ହୋଇଛନ୍ତି। ସାଂସଦଙ୍କଠାରୁ ପତ୍ର ପାଇବା ପରେ ବିଡିଓ ଦେଶରଥି ସରାବୁ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା କିପରି ଗ୍ରାମାଞ୍ଚଳରେ ପହଞ୍ଚିପାରିବ ସେଥିପ୍ରତି ସେ ଗୁରୁତ୍ୱ ଦେବେ। ଏଥିସହିତ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ପ୍ରଚାର ପ୍ରସାଦ କରିବାକୁ ଉଦ୍ୟମ ଜାରି ରଖିବେ ବୋଲି ସେ ପ୍ରକାଶ କରିବା ସହ ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ସାଂସଦ ତାଙ୍କ ପ୍ରତି ଆସ୍ଥା ରଖି ଗୁରୁଦାୟିତ୍ୱ ଦେଇଥିବାରୁ ଶ୍ରୀ ମହାନ୍ତି ସାଂସଦ ରମେଶ ମାଝୀ ଓ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।