ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ

ବଲାଙ୍ଗିର,ଏନ୍ଏନ୍ଏସ୍: କୋଭିଡ଼ କଟକଣା ମଧ୍ୟରେ ବଲାଙ୍ଗିରରେ ପ୍ରସିଦ୍ଧ ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୁଲିଆ ପୀଠରେ ମୁଖ୍ୟ ପୂଜକଙ୍କ ପୂଜା ପରେ ପ୍ରଥମେ ଧଳା ଗଞ୍ଜା କୁକୁଡ଼ା ଓ ପରେ ଧଳା ପାଟଭୁକା ବଳି ଦିଆଯାଇଥିଲା । ପରେ ବିଭିନ୍ନ ମାନସିକଧାରି ଆଣିଥିବା ଛେଳି, ମେଣ୍ଢା ଓ କୁକୁଡ଼ା ବଳି ଦିଆଯାଇଛି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଚଳିତ ବର୍ଷ ଶୁଳିଆ ଯାତ୍ରାରେ କେବଳ ପୂଜା ଓ ବଳି ପର୍ବ ପାଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସୁଲିଆ ମହୋତ୍ସବକୁ ପୂଜା କମିଟି ବନ୍ଦ କରିଥିବାବେଳେ ଦୋକାନ ବଜାର ବନ୍ଦ ରଖାଯିବ। ବଲାଙ୍ଗିର ଜିଲ୍ଲା ସହ କଳାହାଣ୍ଡି, ବରଗଡ଼, ସମ୍ବଲପୁର, ମାଲକାନଗିରି, କୋରାପୁଟ, ଝାରସୁଗୁଡ଼ା, ରାଉରକେଲା ସହ ପଡ଼ୋଶୀ ଛତିଶଗଡ଼ରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତି ।