ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ନାଗରିକ ମଞ୍ଚ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସାମିଲ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଇଁନ୍ତଲା ନାଗରିକଙ୍କ ମଞ୍ଚ ପକ୍ଷରୁ ପୁଲୱାମା ସହିଦଙ୍କ ଲାଗି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁନ୍ତଲା ବିକାଶ ପରିଷଦ ସଭାପତି ସୁବୋଧ ମିଶ୍ର, ବଣିକ ସଂଘ ସଭାପତି ତରୁଣ ବେହେରା, ଦଳିତ ଆଦିବାସୀ ସଂଘ ସଭାପତି ପ୍ରୀତି ସାଗର ମହାନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଶିଷକେଲା ସମିତି ସଭ୍ୟ ଉମାକାନ୍ତ ରଣା, ଅମିତ ରଥ, କାନନ ପଟ୍ଟନାୟକ, ଡେଙ୍ଗ ସମିତି ସଭ୍ୟ ସିମ୍ରନ ସିଂ ଭୋଇ, ସୁଭେନ ସିଂ ଭୋଇ, ସାରଥୀ ସାହୁ, ଶେଷଦେବ ଜାନି ଓ ସୁବ୍ରତ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।