ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଅବସରରେ ଏୟାର ଇଣ୍ଡିଆ ଓ ଏୟାର ବସ ମଧ୍ୟରେ ୨୫୦ ବିମାନର ଚୁକ୍ତି ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଚୁକ୍ତିକୁ ଐତିହାସିକ ଦର୍ଶାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ସିଭିଲ ଏଭିଏସନ କ୍ଷେତ୍ରରେ ଭାରତର ସଫଳତା ଓ ଆକାଂକ୍ଷାକୁ ଦର୍ଶାଉଛି । ଭାରତର ‘ମେକ ଇନ ଇଣ୍ଡିଆ-ମେକ ଫର ଦି ୱାର୍ଲ୍ଡ’ ଭିଜନ ଅନ୍ତର୍ଗତ ଏୟାରସ୍ପେସ ମେନୁଫେକଚରିଂ ଲାଗି ନୂଆ ଅବସର ଖୋଲିବ ।