ସହିଦ ଯବାନଙ୍କ ଉଦ୍ଦେଶ୍ୱରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଦୀପ ପ୍ରଜ୍ୱଳନ

ଗୁମାଗଡ଼,ଏନ୍‌ଏନ୍‌ଏସ୍‌: ଫୁଲବାଣୀର ମୁଖ୍ୟ ବଜାରସ୍ଥିତ ବୟନିକା ପ୍ରାଙ୍ଗଣରେ ଛତିଶଗଡ଼ର ନକ୍ସଲ ହମଲାରେ ସହିଦ ହୋଇଥିବା ୧୧ଜଣ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦୀପ ପ୍ରଜ୍ୱଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି ଲୋକନାଥ ରାଜୁ, ଭି ଜଗନ୍ନାଥ ରାଜୁ, ପରେଶ ମହାପାତ୍ର, ବଂଶୀଧର ପଣ୍ଡା, ସନ୍ତୋଷ ପଣ୍ଡା, କାଉନସିଲର ବସନ୍ତ ସାହାଣୀ, ଶ୍ରୀନିବାସ ପାତ୍ର ଓ ଟି ଶିବା ପାତ୍ରଙ୍କ ସମେତ ସାଧାରଣ ଜନତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।