ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣା ଦେଉଥିବା ଦେଶର କୁସ୍ତିଯୋଦ୍ଧାଙ୍କ ସମର୍ଥନ ବଢ଼ୁଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି । ମମତା ଟ୍ୱିଟ୍ କରି କହିଛନ୍ତି ଯେ, ଆମ ସମସ୍ତଙ୍କୁ ଧାରଣା ଦେଉଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଓହ୍ଲାଇବା ଉଚିତ । ଆମ ଖେଳାଳି ଆମ ଦେଶର ଗୌରବ । ସେମାନେ ଚାମ୍ପିୟାନ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ଦୋଷୀଙ୍କ ରାଜନୈତିକ ସମ୍ବନ୍ଧ କିଛି ବି ହେଉ ନା କାହିଁକି ସେମାନଙ୍କୁ ଦଣ୍ଡ ମିଳିବା ଉଚିତ । ନ୍ୟାୟ ପ୍ରବଳ ହେବା ଉଚିତ । ସତ୍ୟର ବିଜୟ ହେବା ଉଚିତ ।
ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ପୁରସ୍କାର ବିଜେତା କୁସ୍ତିଯୋଦ୍ଧା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ମାମଲାର ଯାଞ୍ଚ କରିବାକୁ ଦାବୀ କରିଛନ୍ତି ।