ବରିଷ୍ଠ ଆଇନଜୀବୀ ଏମ୍ ଉପେନ୍ଦ୍ର ରାଓଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଜୟପୁରର ବରିଷ୍ଠ ଆଇନଜୀବୀ ଏମ୍‌. ଉପେନ୍ଦ୍ର ରାଓଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପସଭାପତି ବିଧୁ ଶେଖର ତ୍ରିପାଠୀ, ଆଇନଜୀବୀ ସି ଏଚ୍ ବାବା ଯୁଗନ୍ଧର, ଗଜପତି ପଟ୍ଟନାୟକ, ସଦାଶିବ ସାହୁ, ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, ହରି ନାରାୟଣ ବେହେରା, ସୁବୋଧ ଚନ୍ଦ୍ର ବେନ୍ୟା ଓ ମିନାକ୍ଷୀ ପାଢ଼ୀ ପ୍ରମୁଖ ସ୍ୱର୍ଗତ ରାଓଙ୍କ ସ୍ମୃତିଚାରଣ କରି ତାଙ୍କ ବିୟୋଗ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ସାରା ଓଡ଼ିଶାର ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ । ତାଙ୍କ ଅମର ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଲକ୍ଷ୍ମୀକାନ୍ତ ମିଶ୍ର, ଦେବୀ ପ୍ରସାଦ ସିଂ, ସଞ୍ଜୟ ପ୍ରଦୀପ ସୁନା, ସୁରଜ କୁମାର ନାୟକ, ମହମ୍ମଦ ତାଜ ଇମ୍ରାନ ସରିଫ ଓ ପ୍ରଫୁଲ୍ଲ ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।