୮ କ୍ୱିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ, ୪ ଫେରାର

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସିକେରି ଗାଁ ଜଙ୍ଗଲ ନିକଟସ୍ଥ ଏକ କୁଡ଼ିଆ ଘରୁ ୮କ୍ୱିଣ୍ଟାଲ ୨୫କେଜି ଗଞ୍ଜେଇ ଜବତ ହୋଇଛି । କିନ୍ତୁ ପୁଲିସକୁ ଦେଖି ୪ଜଣ ଗଞ୍ଜେଇ ମାଫିଆ ଫେରାର ମାରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଫିରିଙ୍ଗିଆ ପୁଲିସକୁ ଖବର ମିଳିଥିଲା । ଖବର ପାଇ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍ ଉପରପାଙ୍ଗା ସାହି ପଞ୍ଚାୟତର ଶିକେରୀ ଗାଁରେ ପହଞ୍ଚି ଘଟଣାସ୍ଥଳରୁ ଗଞ୍ଜେଇ ଜବତ କରିଥିôଲା । ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ନେଇ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।