ପର୍ଯ୍ୟଟନ ସ୍ଥଳୀ ଭୀମ ପାହାଡ଼ରେ ଦେଓଗାଁ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଭୀମ ପାହାଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ରୋପଣ ପୂର୍ବରୁ କଂଗ୍ରେସର ଏକ ସଂଗଠାନିକ ସଭାରେ ବ୍ଲକ୍ ସଭାପତି ରାମଜୀ ଚୌଧୁରୀ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଏଆଇସିସି ସଭ୍ୟ ତଥା ରାଜ୍ୟ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ବ୍ଲକ ବିଧାୟକ ପ୍ରତିନିଧୀ କାନ୍ତେଶ୍ଵର ପ୍ରଧାନ, ଆଦିବାସୀ ନେତା ମୟ ପ୍ରଧାନୀ, ପୂର୍ବ ବ୍ଲକ ଅଧ୍ଯକ୍ଷ କୈଳାଶ ତାଣ୍ଡି, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ତାରାକାନ୍ତ ବାଗ, ଯୁବ କଂଗ୍ରେସ ସଭାପତି ସମୀର ସାହୁ, କିଶାନ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଯୁବନେତା ପପୁ ପାତ୍ର, ଆର୍ତ୍ତ ଘିଭେଲା ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ସଭାପତି ଶ୍ରୀ ଚୌଧୁରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାଚନର ପ୍ରଥମ ବିଗୁଲ ବୋଲି ଦର୍ଶାଇଥିବା ବେଳେ ମୁଖ୍ୟ ଅତିଥି ସମରେନ୍ଦ୍ର ମିଶ୍ର ବୃକ୍ଷ ରୋପଣ ଏକ ମହାନ କାର୍ଯ୍ୟକ୍ରମ ବୋଲି କହିବା ସହ ସଂଗଠନ ଉପର ସ୍ତରରୁ ନୁହେଁ ତଳ ସ୍ତରରୁ ଉପରକୁ ଗଲେ ସାଧାରଣ ଲୋକେ ଅଧିକ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ।