ସାଉଥ ସିନେମାରେ ଜ୍ୟାକଲିନଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ ପରେ ସାଉଥ ସିନେମାନେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କିଚ୍ଛା ସୁଦୀପଙ୍କ ଫିଲ୍ମ ‘ବିକ୍ରାନ୍ତ ରୋଣା’ରେ ଜ୍ୟାକଲିନ ଏକ ଦମଦାର ଭୂମିକାରେ ନଜର ଆସିବେ। ଫିଲ୍ମଟି ୧୪ଟି ଭାଷାରେ ରିଲିଜ ହେବ। ଫିଲ୍ମରେ କିଚ୍ଛା ସୁନ୍ଦୀପ ଓ ଜ୍ୟାକଲିନଙ୍କ ବ୍ୟତୀତ ନିରୂପ ଭଣ୍ଡାରୀ ଓ ନୀତା ଅଶୋକ ନଜର ଆସିବେ। ଅନୁପ ଭଣ୍ଡାରୀ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ।

ସାଉଥ ସିନେମାରେ ଏଣ୍ଟ୍ରିକୁ ନେଇ ଜ୍ୟାକଲିନ କହିଛନ୍ତି ଯେ, ମୁଁ ଏହି ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ନେଇ ବାସ୍ତବରେ ଖୁବ୍ ଉତ୍ସାହିତ ଅଛି। ଏହା ଏମିତି ଏକ ଫିଲ୍ମ ଯାହାକି ଥିଏଟର ଭାବନାକୁ ଉଜ୍ଜିବୀତ କରିବ ବୋଲି ମୁଁ ଆଶା କରୁଛି।