କୋଟଗଡ଼ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ବିକାଶ ସମନ୍ନିତ ପ୍ରକଳ୍ପ କୋଟଗଡ଼ ଓ ସାହାରା ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ କୋଟଗଡ଼ ପଞ୍ଚାୟତ ସମିତି ସଭାଗୃହରେ ସେବା ଓ ଯନ୍ତ୍ର ଆବଶ୍ୟକ କରୁଥିବା ଶିଶୁଙ୍କ ପାଇଁ କନ୍ଧମାଳ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ଜୁନ ପ୍ରଧାନ ଯୋଗଦେଇ ଉଦଘାଟନ କରି ପ୍ରଶାସନ ସବୁବେଳେ ଶିଶୁ ଓ ଲୋକଙ୍କ ସେବାରେ ଅଛି ବୋଲି କହିଥିଲେ । ସାହାରା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ପଦକ୍ଷେପକୁ ପ୍ରଶଂସା କରି ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ କଲେ ସାହାରା ଅନୁଷ୍ଠାନ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କ୍ୟାମ୍ପରେ କୋଟଗଡ଼ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତର ୮୧ଜଣ ସେବା ଓ ଯନ୍ତ୍ର ଆବଶ୍ୟକ କରୁଥିବା ଶିଶୁ ସେମାନଙ୍କ ଅଭିଭାବକଙ୍କ ସହ ଯୋଗ ଦେଇଥିଲେ । ଏହି କ୍ୟାମ୍ପରେ ୮୧ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଚିହ୍ନଟ କରି ସେମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରଜତ କୁମାର ଦିଗାଳ, କମିଟିର ସଦସ୍ୟ ସଦାଶିବ ପାତ୍ର, ରାମଚଦ୍ର ପରିଡ଼ା, କମିଟିର ସଦସ୍ୟା ମମତା ଦାସ ଓ ଏଡିଇଓ ଅନିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ସମାଜସେବୀ ମନୋଜ ସା୍ୱତ, ସାହାରା ଅନୁଷ୍ଠାନର ସଂଯୋଜକ ଡି ବାଦଳ ଦେବ, ମିରା ପ୍ରଧାନ, ସୁକାନ୍ତ ବଳିୟାର ସିଂ, ସୁପରଭାଇଜର ସ୍ୱିତା ଜେନାଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।