କୃଷକଙ୍କୁ ମିଳିଲା ହୋଲି ଉପହାର

ନୂଆଦିଲ୍ଲୀ: ହୋଲି ପୂର୍ବରୁ ମୋଦୀ ସରକାର କୃଷକଙ୍କୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଲଗାବୀରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧୀର ୧୩ତମ କିସ୍ତି ଜାରି କରିଦେଇଛନ୍ତି । ଫଳରେ ସମସ୍ତ କୃଷକଙ୍କ ବ୍ୟାଙ୍କ ଆକଉଣ୍ଟକୁ ୨ହଜାର ଟଙ୍କା ଟ୍ରାନ୍ସଫର ହୋଇଯାଇଛି । ଯୋଜନା ମୁତାବକ ୮ କୋଟି କୃଷକଙ୍କ ଖାତାକୁ ୧୬ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଛି ।

ଏହି ଅବସରରେ ଏକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ପିଏମ କିଷାନ ସମ୍ମାନ ନିଧୀ ଯୋଜନାର ଆଉ ଏକ କିସ୍ତି ପଠାଇ ଦିଆଯାଇଛି । କଂଗ୍ରେସ ଶାସନ କାଳରେ ଟଙ୍କା ଗାୟବ ହେଇ ଯାଉଥିଲା । ଆମେ ହୋଲି ପୂର୍ବରୁ କୃଷକଙ୍କୁ ଉପହାର ପଠାଇ ଦେଇଛୁ ।