ତୁଷୁରା ଏନ୍‌ଏସି ଏମ୍‌ଇଏସ୍‌ ତାରାକାନ୍ତ ତ୍ରିପାଠୀଙ୍କ ବଦଳି

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ତୁଷୁରା ଏନ୍‌ଏସିର କାର୍ଯ୍ୟରତ ଏମ୍‌ଇଏସ୍‌ ତାରାକାନ୍ତ ତ୍ରିପାଠୀଙ୍କ ବଦଳି ଟିଟିଲାଗଡ ମ୍ୟୁନିସିପାଲିଟିକୁ ବଦଳି ହୋଇଯାଇଥିବାରୁ ତାଙ୍କୁ ତୁଷୁରା ଏନଏସି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧିତ ସଭା ଏନ୍‌ଏସିର ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏନ୍‌ଏସି ଅଧ୍ୟକ୍ଷ ଅଜୟ କୁମାର ଜୟସ୍ବାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେ ଜଣେ ସଚ୍ଚୋଟ କର୍ମଚାରୀ ହେବା ସହ ଲୋକଙ୍କ ପ୍ରିୟ ହୋଇପାରିଥିବା ନେଇ ବ୍ୟକ୍ତବ୍ୟ ରଖିଥିଲେ।

ଶ୍ରୀ ତ୍ରିପାଠୀ ଏନ୍‌ଏସିରେ ୫ ବର୍ଷ ହେଲାଣି ଲୋକଙ୍କ ସେବା କରିଆସୁଥିବା ବେଳେ ବିଶେଷ କରି ଆବାସ ଯୋଜନାରେ ହିତାଧିକାରୀ ମାନେ ଯେପରି ଶୀଘ୍ର ଟଙ୍କା ପାଇପାରିବେ ଏବଂ ବିଭିନ୍ନ ଜନହିତକର କାର୍ଯ୍ୟ ଗୁଡିକ ଅନଲାଇନରେ କରି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରି ଲୋକଙ୍କ ମନ ଜିଣିପାରିଥିଲେ। ଏହା ସହିତ ଏନ୍‌ଏସିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ସଭା ସମିତିରେ ଦକ୍ଷତା ସହିତ ମଞ୍ଚ ପରିଚାଳନା କରୁଥିଲେ। ଅନ୍ୟପକ୍ଷରେ ଏନ୍‌ଏସିର ଲୋକମାନେ ବହୁତ ସରଳ। ତାଙ୍କ ଠାରୁ ପାଇଥିବା ସ୍ନେହ ଶ୍ରଦ୍ଧା କେବେ ଭୁଳି ହେବ ନାହିଁ ବୋଳି ଶ୍ରୀ ତ୍ରିପାଠୀ ପ୍ରକାଶ କରନ୍ତି।