ନୂଆପଡା,ଏନ୍ଏନ୍ଏସ୍: ବୋଡେ଼ନ ଥାନା ଅନ୍ତର୍ଗତ କର୍ଲ୍ଲକୋଟ ଗାଁରେ ସମଲେଶ୍ବରୀ ଉଚ୍ଚ ବିଦ୍ୟାଳୟ ରହିଛି। ଯେଉଁଥିରେ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ରହିଥିବା ବେଳେ, ଦୀର୍ଘ ଦିନ ହେବ ହଷ୍ଟେଲ ବନ୍ଦ ଥିଲା। ମହାମାରୀ କୋଭିଡ ସମୟରେ ବ୍ୟବହାର ହୋଇଥିବା ଏହି ଛାତ୍ରୀ ନିବାସ ଆଜି ଯାଏଁ ଖୋଲା ଯାଇନାହିଁ। ଆଜି ଏହି ଛାତ୍ରୀ ନିବାସରୁ କଙ୍କାଳ ଠାବ ହୋଇଛି।
ଗାଁ’ର ଛୋଟ ପିଲାମାନେ ଅପରାହ୍ଣ ସମୟରେ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ବନ୍ଦ ପଡିଥିବା ଛାତ୍ରୀ ନିବାସର କୋଠରୀ ଭିତରେ ହାଡ଼ କଙ୍କାଳ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। କଙ୍କାଳଟି ପଚି ଷଢ଼ି ନଷ୍ଟ ହୋଇଯାଇଥିବା ବେଳେ କଙ୍କାଳଟି ନର କଙ୍କାଳ ନା ଅନ୍ୟକିଛି ସ୍ପଷ୍ଟ ଜଣାପଡୁ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନାଥାଉ କି ଯେ ଏପର୍ଯ୍ୟନ୍ତ କଙ୍କାଳକୁ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। ସେ ପର୍ଯ୍ୟନ୍ତ କଙ୍କାଳଟି ମଣିଷ ନା ଅନ୍ୟ କାହାର ବୋଲି ଜଣାପଡିବ ନାହିଁ। ବର୍ତ୍ତମାନ ଘଟଣାସ୍ଥଳରେ ବର୍ତ୍ତମାନ ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସେଭଳି ବୋଡେ଼ନ ଥାନା ଅଧିକାରୀ ମାନେ ମଧ୍ୟ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ଏସ୍ଡିପିଓଙ୍କୁ ସାହାଯ୍ୟ କରିଛନ୍ତି।