ଖରିଫ ଧାନକିଣା ପାଇଁ ତାଲିମ କାର୍ଯ୍ୟକ୍ରମ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ଖରିଫ ଧାନ କିଣା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ୨୦୨୦-୨୧ ଖରିଫ ଋତୁର ଧାନ ସଂଗ୍ରହ କରିବା ନିମନ୍ତେ ପିପିଏଏସ ସମନ୍ଧୀୟ ପ୍ରଶିକ୍ଷଣ ତାଲିମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଝାରସୁଗୁଡ଼ା ଜିଲ୍ଲାର ସହକାରୀ ନିବନ୍ଧକ ରସ୍ମିଲତା ବେହେରା ସହକାରୀ ଯୋଗାଣ ଅଧିକାରୀ ରଘୁନାଥ ପାତ୍ର , କୀର୍ତ୍ତନ ବେହେରା, ପ୍ରୋଗ୍ରାମର ସାମୁଏଲ ସୋନା ସେମେତ ସମସ୍ତ ଯୋଗାଣ ନୀରିକ୍ଷକ ସେବା ସମବାୟ ସମ୍ପାଦକ ଓ ଡିଇଓମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।