ୱାଶିଂଟନ, ଏଜେନ୍ସି: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିଥିବା ଲକ୍ଷ୍ୟ କରାଯାଇଛି। ଗତ ୨୪ଘଣ୍ଟାରେ ୮୧,୫୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ମୁତାବକ ସପ୍ତାହକ ମଧ୍ୟରେ ତୃତୀୟଥର ପାଇଁ କରୋନା ସଂକ୍ରମିତଙ୍କ ୮୦ ହଜାର ପାର କରିଛି। ଆମେରିକାର ୪୧ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ବୁଧବାର ଆମେରିକ।।ରେ କରୋନାରେ ୧୦୬୦ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରତିଦିନ ପାଖାପାଖି ୮୦୦ ଲୋକଙ୍କର କରୋନାରେ ପ୍ରାଣହାନୀ ହେଉଛି। ବର୍ତ୍ତମାନ ଆମେରିକାରେ ୪୫,୦୦୦ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।