ବନବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ନିକଟସ୍ତ ହାତୀଖମ୍ବା ଚାରା ଉତ୍ପାଦନ କେନ୍ଦ୍ରଠାରେ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ରାୟଗଡ଼ା ଡିଏଫଓ ଅଶ୍ୱିନୀ କୁମାର କର(ଆଇଏଫଏସ୍), ଏସସିଏଫ୍ ପ୍ରଭାକର ସେନାପତି, ଗୁଣୁପୁର ରେଞ୍ଜର ରଞ୍ଜନ କୁମାର ମହାନ୍ତି, ଗୁଡାରୀ ରେଞ୍ଜର ସଂଘମିତ୍ରା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଗୁଣୁପୁର ଓ ଗୁଡାରୀ ବନାଞ୍ଚଳ ଅଧୀନରେ ସମସ୍ତ କାର୍ଯ୍ୟରତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ପାରାମିଲିଟାରୀ ଗାର୍ଡମାନେ ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ।

ଏହି ଶିବିରରେ ମୁଖ୍ୟତଃ ଜଙ୍ଗଲରେ ନିଆଁଲାଗିବା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ବନବିଭାଗ ପକ୍ଷରୁ କିପରି ଭାବେ ସତର୍କତାର ସହ ନିଅାଁ ଲିଭାଯାଇପାରିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା। ସେହିପରି ବନବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ କରାଯାଉଥିବା ବନୀକରଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବନପାଳ ନରେନ୍ଦ୍ର ଗମାଙ୍ଗ ପରିଚାଳନା କରିଥିଲେ।