ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନିକଟରେ ଆଜି ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ୩ ଜଣ ପାଇଲଟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଏହି ବିମାନଟି ଭୋପାଳରୁ ଗୁନା ଯାଉଥିଲା। ଏହି ସମୟରେ ଭୋପାଳର ବିଶନଖେଡ଼ି ଗାଁ ନିକଟ ଏକ ବିଲରେ ବିମାନର ଦୁର୍ଘଟଣା ହୋଇଥିଲା। ଏହି ବିମାନକୁ କ୍ୟାପଟେନ ଅଶ୍ୱିନୀ ଶର୍ମା ଉଡ଼ାଉଥିଲେ।